18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଏସ୍‌ଏଡି ନେତା ବିକ୍ରମ ମାଜିଥିଆ ଗିରଫ

ଏସ୍‌ଏଡି ନେତା ବିକ୍ରମ ମାଜିଥିଆ ଗିରଫ

ଅମୃତସର: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତା ବିକ୍ରମ ମାଜିଥିଆଙ୍କୁ ଗିରଫ କରାଯାଇଛି। ପ୍ରକାଶ, ବିକ୍ରମ ମାଜିଥିଆ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଶାଳକ ଅଟନ୍ତି। ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଏକ ଦଳ ତାଙ୍କ ଅମୃତସରସ୍ଥିତ ଘରେ ଚଢ଼ାଉ କରିବା ପରେ ଏହି ଗିରଫଦାରୀ ସାମ୍ନାକୁ ଆସିଛି। ବୁଧବାର ପଞ୍ଜାବ ପୁଲିସର ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ଏବଂ ଭିଜିଲାନ୍ସ ଟିମ୍ ମାଜିଥିଆଙ୍କ ବିରୋଧରେ ୨୦୨୧ର ଏକ ଡ୍ରଗ୍ସ ମାମଲାର ତଦନ୍ତ କରିବା ପରିପ୍ରେକ୍ଷୀରେ ଅମୃତସରସ୍ଥିତ ତାଙ୍କ ଘର ଓ ଅନ୍ୟ ୮ଟି ସ୍ଥାନକୁ ମିଶାଇ ପଞ୍ଜାବର ପ୍ରାୟ ୨୫ଟି ଠିକଣାରେ ଚଢ଼ଉ କରିଥିଲେ। ଛାନ୍‌ବିନ୍ କରାଯିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଛି। ମାଜିଥିଆ ଏବଂ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଭିଜିଲାନ୍ସ ବ୍ୟୁରୋର ସଦସ୍ୟମାନେ ଅମୃତସରର ଗ୍ରୀନ୍ ଆଭେନ୍ୟୁରେ ଥିବା ଏବଂ ଚଣ୍ଡିଗଡ଼ରେ ଥିବା ତାଙ୍କ ବାସଭବନରେ ଛାନବିନ୍ କରିଛନ୍ତି ଏବଂ ଏହି ସମୟରେ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଭିଜିଲାନ୍ସ କର୍ମଚାରୀମାନେ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking