20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଭାରତକୁ ଆମେରିକାର ଧମକ ପରେ ରୁଷିଆର ଜବାବ

ଭାରତକୁ ଆମେରିକାର ଧମକ ପରେ ରୁଷିଆର ଜବାବ

ନୂଆଦିଲ୍ଲୀ: ରୁଷିଆ ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଉପରେ “ନିଓକଲୋନିଆଲ” ନୀତି ଅନୁସରଣ କରି ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ବିରୋଧରେ ଓ୍ୱାଶିଂଟନର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଆମେରିକା ସ୍ୱାଧୀନ ନୀତି ଅବଲମ୍ବନ କରୁଥିବା ଦେଶଗୁଡ଼ିକ ଉପରେ “ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଅର୍ଥନୈତିକ ଚାପ” ପକାଉଛି। ସେ ରୁଷିଆର ଏହି ଦେଶଗୁଡ଼ିକ ସହ ସହଯୋଗ ବୃଦ୍ଧି କରି ଏକ “ପ୍ରକୃତ ବହୁପାକ୍ଷିକ” ଓ ସମାନ ବିଶ୍ୱ ବ୍ୟବସ୍ଥା ଗଠନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ଦେଶ ଉପରେ ନୂଆ ଟାରିଫ ଘୋଷଣା ପରେ ମସ୍କୋର ଏହି ମନ୍ତବ୍ୟ ଆସିଛି। ଜାଖାରୋଭା କହିଛନ୍ତି, ଟାରିଫ ଓ କଟକଣା ହେଉଛି ବିଶ୍ୱର ବର୍ତ୍ତମାନର ଏକ “ଦୁଃଖଦ ବାସ୍ତବତା”, ଯାହା ଆମେରିକାର “ଆଧିପତ୍ୟ ହରାଇବା”କୁ ଗ୍ରହଣ କରିବାରେ ଅସମର୍ଥତାକୁ ପ୍ରତିଫଳିତ କରୁଛି। ସେ ଟ୍ରମ୍ପଙ୍କ ଟାରିଫ ନୀତିକୁ ଦେଶଗୁଡ଼ିକର ଜାତୀୟ ସାର୍ବଭୌମତ୍ୱ ଉପରେ “ସିଧାସଳଖ ଅତିକ୍ରମଣ” ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ “ହସ୍ତକ୍ଷେପର ପ୍ରୟାସ” ବୋଲି ଅଭିହିତ କରିଛନ୍ତି।

ଜାଖାରୋଭା କହିଛନ୍ତି, “କୌଣସି ଟାରିଫ ଯୁଦ୍ଧ କିମ୍ବା ନିଷେଧାଦେଶ ଇତିହାସର ସ୍ୱାଭାବିକ ଗତିକୁ ଅଟକାଇ ପାରିବ ନାହିଁ। ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଏବଂ ବିଶେଷତଃ ବ୍ରିକ୍ସରେ ଆମର ଅନେକ ସହଯୋଗୀ ଏହି ଦୃଷ୍ଟିକୋଣକୁ ସମର୍ଥନ କରୁଛନ୍ତି।” ସେ ରୁଷିଆ ଏହି “ଅବୈଧ ଏକପାକ୍ଷିକ କଟକଣାର” ବିରୋଧରେ ସହଯୋଗ ଗଭୀର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବ୍ରିକ୍ସରେ ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ଏବଂ ସଂଯୁକ୍ତ ଆରବ ଏମିରେଟସ୍(ୟୁଏଇ) ଏବଂ ୨୦୨୫ରେ ଇଣ୍ଡୋନେସିଆ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking