30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶରୁଷିଆ-ୟୁକ୍ରେନ ଯୁଦ୍ଧ: ଲଢ଼ିବାକୁ ଯାଇଥିବା କିମ୍‌ଙ୍କ ସୈନ୍ୟ ଭୟରେ ସୀମାରୁ ଦୌଡ଼ିଲେ

ରୁଷିଆ-ୟୁକ୍ରେନ ଯୁଦ୍ଧ: ଲଢ଼ିବାକୁ ଯାଇଥିବା କିମ୍‌ଙ୍କ ସୈନ୍ୟ ଭୟରେ ସୀମାରୁ ଦୌଡ଼ିଲେ

ମସ୍କୋ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କିଛି ମାସ ମଧ୍ୟରେ ୩ ବର୍ଷ ପୂରଣ ହେବ। ଏହି ସମୟରେ ୟୁକ୍ରେନ ଏବଂ ଦକ୍ଷିଣ କୋରିଆ ଅଭିଯୋଗ କରିଛନ୍ତି ଯେ ରୁଷିଆକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ନିଜର ସୈନ୍ୟ ପଠାଇଛି। ପାଶ୍ଚାତ୍ୟ କୂଟନୀତିଜ୍ଞଙ୍କ ଅନୁସାରେ କିଭ ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟରେ କୁହାଯାଇଛି ଯେ ରୁଷିଆକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ୧୦ ହଜାର ସୈନ୍ୟ ପଠାଇଛି। ଏହା ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ରୁଷିଆ ସ୍ୱତନ୍ତ୍ର ବାଟାଲିୟନରେ ୩,୦୦୦ ଉତ୍ତର କୋରିଆ ସୈନ୍ୟଙ୍କୁ ଅନ୍ତର୍ଭୁକ୍ତ କରୁଛି। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରୁଷିଆ ଏକ ‘ବରୟାତ’ ବାଟାଲିୟନ ସୃଷ୍ଟି କରିଛି ଯେଉଁଥିରେ ଉତ୍ତର କୋରିଆ ସେ?ନ୍ୟମାନେ ସାମିଲ ହୋଇଛନ୍ତି। ସର୍ବଶେଷ ଗୁପ୍ତଚର ସୂଚନା ଅନୁଯାୟୀ, ୟୁକ୍ରେନ ସୀମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ବରିୟାନସ୍କ ଏବଂ କୁର୍ସ୍କ ଅଞ୍ଚଳରେ ନିୟୋଜିତ ୧୮ ଜଣ ଉତ୍ତର କୋରିଆ ସୈନ୍ୟ ସେମାନଙ୍କ ପୋଷ୍ଟରୁ ଭୟରେ ପଳାୟନ କରିଛନ୍ତି। ଯଦିଓ ସେମାନଙ୍କ ପଳାଇବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ରୁଷିଆ ସେନା ଏହି ୧୮ ସୈନ୍ୟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚଳାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆର ସେ?ନ୍ୟମାନେ ମଧ୍ୟ ଏହି ଘଟଣାକୁ ଶୀର୍ଷ କମାଣ୍ଡରଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୩ରେ ଡୋନେଟସ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣରେ ୨୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିଲେ। ସେମାନମଧ୍ୟରେ ୬ ଜଣ ଉତ୍ତର କୋରିଆ ସୈନ୍ୟ ଥିଲେ। ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉତ୍ତର କୋରିଆ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପ୍ରମୁଖ ଦେଶ ମଧ୍ୟରୁ ଅନ୍ୟତମ। ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ସାମରିକ ଅସ୍ତ୍ରଶସ୍ତ୍ରର ବାର୍ଷିକ ଆବଶ୍ୟକତାର ୫୦ ପ୍ରତିଶତ ପାଇଁ ରୁଷିଆ ଉତ୍ତର କୋରିଆ ଉପରେ ନିର୍ଭରଶୀଳ। ଯାହା ଦୁଇ ଦେଶ ମଧ୍ୟରେ ଶକ୍ତିଶାଳୀ ସାମରିକ ସହଯୋଗକୁ ଦର୍ଶାଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ ହୋଇଥିବା ଏହି ମେଣ୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଦୃଢ଼ ପ୍ରତିକ୍ରିୟା ଦେବାକୁ ପାଶ୍ଚାତ୍ୟ ଦେଶମାନଙ୍କୁ ନିବେଦନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking