20.1 C
Bhubaneswar
Monday, December 22, 2025
Homeଦେଶ ବିଦେଶୟୁକ୍ରେନ ଉପରେ ରୁଷର ଆକ୍ରମଣ: ୭୦ କ୍ଷେପଣାସ୍ତ୍ର ଓ ୧୦୦ ଡ୍ରୋନ ମାଡ଼

ୟୁକ୍ରେନ ଉପରେ ରୁଷର ଆକ୍ରମଣ: ୭୦ କ୍ଷେପଣାସ୍ତ୍ର ଓ ୧୦୦ ଡ୍ରୋନ ମାଡ଼

ୟୁକ୍ରେନ: କାଜାନ ସହରରେ ୟୁକ୍ରେନ କରିଥିବା ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଇଛି ରୁଷ। ଖ୍ରୀଷ୍ଟମାସରେ ରୁଷ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ୭୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହିତ ୧୦୦ରୁ ଅଧିକ ଡ୍ରୋନ ଦ୍ଵାରା ଆକ୍ରମଣ କରିଛି। ଏହି ଘଟଣାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମର ଜେଲେନସ୍କି ନିନ୍ଦା କରିବା ସହିତ ରୁଷ ଆକ୍ରମଣ କରିବାକୁ ଖ୍ରୀଷ୍ଟମାସ ଦିବସକୁ ପସନ୍ଦ କଲା ବୋଲି କ୍ଷୋଭର ସହ କହିଛନ୍ତି। ଏହା ଅତ୍ୟନ୍ତ ଅମାନବୀୟ ବୋଲି ଜେଲେନସ୍କି କହିଛନ୍ତି। ରୁଷର କାଜାନ ସହରରେ ୟୁକ୍ରେନ ଡ୍ରୋନ ଜରିଆରେ ଆକ୍ରମଣ କରିଥିଲା। ସେହିପରି ୨୦୦୧ ସେପ୍ଟେମ୍ବର ୧୧ରେ ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଯେପରି ଆକ୍ରମଣ କରିଥିଲା ଠିକ ସେହିପରି ୟୁକ୍ରେନ କାଜାନ ଉପରେ ଆକ୍ରମଣ କରିଥିଲା। ଅଲକାଏଦା ବିମାନ ଅପହରଣ କରି ଡବ୍ଲ୍ୟୁଟିସିରେ ମାଡ଼ କରିଥିଲାବେଳେ ୟୁକ୍ରେନ କାଜାନର ବଡ଼ ବଡ଼ କୋଠାରେ ବିସ୍ଫୋରକ ଖଚିତ ଡ୍ରୋନ ମାଡ଼ କରି ୯/୧୧ ଆକ୍ରମଣକୁ ମନେ ପକାଇ ଦେଇଥିଲା। ଏହାର ଜବାବ​‌ରେ ରୁଷ ଖ୍ରୀଷ୍ଟମାସ ଅବସରରେ ୟୁକ୍ରେନର ସବୁଠୁ ବଡ଼ ଘରୋଇ ଶକ୍ତି କମ୍ପାନୀ ଡିଟିଇକେ ଉପ​‌ରେ ଆକ୍ରମଣ କରିଛି। ତା’ ସହିତ ଅନ୍ୟାନ୍ୟ ସ୍ଥାନରେ ଥିବା ଶକ୍ତି ଭିତ୍ତିଭୂମି ଉପରେ ବି ଆକ୍ରମଣ କରାଯାଇଛି। ତେବେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ବହୁ ଡ୍ରୋନକୁ ଖସାଇ ଦିଆଯାଇଥିବା ଜେଲେନସ୍କି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking