26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶୟୁକ୍ରେନ୍‌ର ଲଢ଼ୁଆ ବିମାନକୁ ଖସାଇଲା ରୁଷ୍‌

ୟୁକ୍ରେନ୍‌ର ଲଢ଼ୁଆ ବିମାନକୁ ଖସାଇଲା ରୁଷ୍‌

କିଭ୍‌ : ରୁଷ୍ ବିପକ୍ଷ ଯୁଦ୍ଧ ଲଢ଼ିବା ପାଇଁ ୟୁକ୍ରେନ୍‌କୁ ଆମେରିକା ଏବଂ ନାଟୋ ସଂଗଠନ ପକ୍ଷରୁ ଯଥାସମ୍ଭବ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଇଆସୁଛି। ତେବେ ଏସବୁ ମଧ୍ୟରେ ଆମେରିକାର ବିଧ୍ୱଂସୀ ତଥା ଲଢ଼ୁଆ ବିମାନ ଭାବେ ପରିଚିତ ଏଫ୍‌-୧୬କୁ ରୁଷ୍ ସେନା ଗୁୂଳିକରି ଖସାଇ ଦେଇଥିବା ଭଳି ସମ୍ବାଦ ଏବେ ସବୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆମେରିକୀୟ ଲଢ଼ୁଆ ବିମାନକୁ ନାଟୋ ପକ୍ଷରୁ ୟୁକ୍ରେନ୍‌କୁ ରୁଷ୍ ବିରୋଧୀ ଯୁଦ୍ଧ ଲଢ଼େଇ ଲଢ଼ିବା ପାଇଁ ଦିଆଯାଇଥିଲା। ଫଳରେ ଏଫ୍‌-୧୬କୁ ଗୁଳିକରି ଖସାଇବା ଅର୍ଥ ରୁଷ୍ ସିଧାସଳଖ ଆମେରିକା ଏବଂ ନାଟୋ ସଂଗଠନକୁ ଚ୍ୟାଲେଞ୍ଜ୍ ଦେଇଛି ବୋଲି କୁହାଯାଉଛି।
ୟୁକ୍ରେନ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଫ୍‌-୧୬ ଲଢୁଆ ବିମାନକୁ ରୁଷ୍ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯାଇଛି। ଫଳରେ ଏହାକୁ ଉଡାଉଥିବା ୟୁକ୍ରେନୀୟ ପାଇଲଟ୍ ଓଲେକ୍ସି ମେସ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଲଢୁଆ ବିମାନ ସିଧାସଳଖ ରୁଷ୍‌ର କ୍ଷେପଣାସ୍ତ୍ର ରେଞ୍ଜ୍‌କୁ ମଧ୍ୟ ଆସିନଥିଲା ବୋଲି ୟୁକ୍ରେନର ସେନା ଦାବି କରିଛି। ଅନ୍ୟପକ୍ଷେ ନଷ୍ଟ ହେବା ପୂର୍ବରୁ ସଂପୃକ୍ତ ଏଫ୍‌-୧୬ ବିମାନ ପ୍ରତିପକ୍ଷ ରୁଷ୍‌ର ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ ଡ୍ରୋନ୍‌କୁ ଧ୍ୱଂସ କରିବାରେ ସଫଳ ହୋଇଥିଲା ବୋଲି ୟୁକ୍ରେନର ବାୟୁସେନା ସୋସିଆଲ ମିଡିଆରେ ଜାରି ଏକ ବିବୃତିରେ କହିଛି। ମୃତ ପାଇଲଟ୍ ଓଲେକ୍ସି ମେସ୍‌, ୟୁକ୍ରେନକୁ ରୁଷୀୟ କ୍ଷେପଣାସ୍ତ୍ରର ଭୟଙ୍କର ଆକ୍ରମଣରୁ ରକ୍ଷା କରିଥିଲେ। ତେବେ ସେ ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking