26.9 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଭୟଙ୍କର ଭୂମିକମ୍ପରେ ଥରିଲା ରୁଷ

ଭୟଙ୍କର ଭୂମିକମ୍ପରେ ଥରିଲା ରୁଷ

ମସ୍କୋ: ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା। ୟୁଏସଜିଏସ୍ ଭୂମିକମ୍ପ ସମ୍ପର୍କରେ ସୂଚନା ଦେଇଛି ଯେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଜୁଲାଇ ୩୦ ତାରିଖରେ ରୁଷିଆର କାମଚାଟକା ଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଥିଲା। ଜୁଲାଇ ୩୦ ତାରିଖରେ ଘଟିଥିବା ଭୂମିକମ୍ପ ବିଶ୍ୱର ୧୦ଟି ବଡ଼ ଭୂମିକମ୍ପ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା। ଏହି କାରଣରୁ ଜାପାନ, ଆମେରିକା ଏବଂ ଚିଲି ଭଳି ଦେଶଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking