30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ

ମସ୍କୋ : ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା ‘ରେଡ ଲାଇନ’ ଅତିକ୍ରମ କରିଛି। ଆମେରିକା ଏସବୁ ବୁଝିବା ଉଚିତ୍‌। ଆଗକୁ ଏମିତି ଜାରି ରହିଲେ ପରିସ୍ଥିତି ଭୟବହ ହେବ। ୟୁକ୍ରେନକୁ ଅସ୍ତ୍ର ଯୋଗାଣର ସମ୍ଭାବ୍ୟ ପରିଣାମ ୱାଶିଂଟନ ବୁଝିବ ବୋଲି ସେ ଆଶା କରିଛନ୍ତି। ସେ କହିଛନ୍ତି, ମୁଁ ନିଶ୍ଚିତ ଯେ ସେଠାରେ ଉପଯୁକ୍ତ ଲୋକ ଅଛନ୍ତି। ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇ ପାରିବେ ଏବଂ ଆମେ ଆଶା କରୁଛୁ ସେମାନେ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking