30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ସେନା ଗଢ଼ିବାକୁ ଯାଉଛି ରୁଷ୍‌

ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ସେନା ଗଢ଼ିବାକୁ ଯାଉଛି ରୁଷ୍‌

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୃତୀୟ ଥର ପାଇଁ ଦେଶର ସେନାର ଆକାର ବୃଦ୍ଧି କରିବାକୁ ଯାଉଛନ୍ତି । ରୁଷ ସେନାରେ ସକ୍ରିୟ ସୈନ୍ୟ ସଂଖ୍ୟା ୧୫ ଲକ୍ଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଏହି ଆଦେଶରେ କୁହାଯାଇଛି ଯେ ଦେଶର ସଶସ୍ତ୍ର ବାହିନୀରେ ଯବାନଙ୍କ ସଂଖ୍ୟା ୨,୩୮୯,୧୩୦ କରି ଦିଆଯାଉ । ରୁଷ୍‌ରେ ସୈନ୍ୟ ସଂଖ୍ୟା ବୃଦ୍ଧି ଘଟିଲେ ଏହା ଚୀନ୍ ପରେ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର । କ୍ରେମଲିନ ୱେବସାଇଟରେ କୁହାଯାଇଛି କି, ପୁଟିନ ସଶସ୍ତ୍ର ବାହିନୀର ମୋଟ ସଂଖ୍ୟାକୁ ୨୩.୮ ଲକ୍ଷକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ୧୫ ଲକ୍ଷ ସକ୍ରିୟ ସୈନ୍ୟ ରହିବା ଉଚିତ୍ ।

୨୦୨୨ ଫେବୃୟାରୀରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍‌, ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ସମୟ ମଧ୍ୟରେ ରୁଷ୍ ସରକାର କ୍ରମାଗତ ସାମରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି । ରିପୋର୍ଟ ମୁତାବକ, ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍‌ର ତଥ୍ୟ କହୁଛି ଯେ ସୈନ୍ୟ ସଂଖ୍ୟା ବୃଦ୍ଧି ଘଟିଲେ ରୁଷ୍ ଏହି ମାମଲାରେ ଆମରେିକା ଓ ଭାରତକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିବ । କେବଳ ଚୀନ୍ ହିଁ ଏହା ଆଗରେ ରହିବ । ଚୀନ ପାଖରେ ବର୍ତ୍ତମାନ ୨୦ ଲକ୍ଷରୁ ଅଧିକ ସକ୍ରିୟ ସେ?ନ୍ୟ ରହିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ପୁଟିନ ତୃତୀୟ ଥର ପାଇଁ ନିଜର ସୈନ୍ୟ ସଂଖ୍ୟା ବଢ଼ାଇବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking