25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶରୁଷ୍‌ର ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା

ରୁଷ୍‌ର ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ପୁତିନ୍‌ଙ୍କ କାର୍ଯ୍ୟାଳୟ କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ ସକାଳୁ ମେ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁସାରେ ଆସନ୍ତା ମାସରେ ରୁଷ୍ ବିଜୟ ଦିବସର ୮୦ବର୍ଷ ପୂର୍ତ୍ତି ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ପୁତିନ୍ ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ (ଯୁଦ୍ଧ)ରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ସୋମବାର ଅପରାହ୍ନରେ କ୍ରେମଲିନ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ବିବୃତ୍ତିରେ ୟୁକ୍ରେନକୁ ମଧ୍ୟ ଏହି ସମୟ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରିବାକୁ ନିବେଦନ କରାଯାଇଛି।

ତେବେ ୟୁକ୍ରେନ ପକ୍ଷରୁ ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ ରୁଷ୍ ସଶସ୍ତ୍ର ବାହିନୀ ଏହାର ଯଥେଷ୍ଟ ଓ ପ୍ରଭାବଶାଳୀ ଜବାବ ଦେବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ପୁତିନ୍ ଚେତାବନୀ ମଧ୍ୟ ଦେଇଛନ୍ତି। ୟୁକ୍ରେନ ସଙ୍କଟର ମୂଳ କାରଣକୁ ଦୂର କରିବା ଏବଂ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ଗଠନମୂଳକ ବାର୍ତ୍ତାଳାପ ଉଦ୍ଦେଶ୍ୟରେ ବିନା ସର୍ତ୍ତରେ ଶାନ୍ତି ଆଲୋଚନା ପାଇଁ ରୁଷ୍ ପୁଣି ଥରେ ଘୋଷଣା କରିଛି।

ଅନ୍ୟପକ୍ଷରେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଆରମ୍ଭ କରିବା ନିମନ୍ତେ ପରିସ୍ଥିତିକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଛନ୍ତି। ମସ୍କୋ ବିଜୟ ଦିବସ ପରେଡ୍ ହେଉଛି ମେ ୯ ତାରିଖରେ ମସ୍କୋର ରେଡ୍ ସ୍କୋୟାରରେ ରୁଷୀୟ ସଶସ୍ତ୍ର ବାହିନୀର ଏକ ବାର୍ଷିକ ସାମରିକ ପରେଡ୍‌। ଏହି ପରେଡ୍ ହେଉଛି ନାଜି ଜର୍ମାନୀକୁ ଲାଲ ସେନାକୁ ଆତ୍ମସମର୍ପଣ କରିବାର ସ୍ମୃତି, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ପୂର୍ବ ମୋର୍ଚ୍ଚାର ଅନ୍ତକୁ ଦର୍ଶାଏ, ଯାହା ରୁଷରେ ମହାନ ଦେଶଭକ୍ତି ଯୁଦ୍ଧ ଭାବରେ ପରିଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking