19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶ୪୯ ହଜାର କୋଟି ଟଙ୍କାର ଠକେଇ ମାମଲା; ପିଏସିଏଲ୍ ନିର୍ଦ୍ଦେଶକ ଗିରଫ

୪୯ ହଜାର କୋଟି ଟଙ୍କାର ଠକେଇ ମାମଲା; ପିଏସିଏଲ୍ ନିର୍ଦ୍ଦେଶକ ଗିରଫ

ଲକ୍ଷ୍ନୌ: ବହୁଚର୍ଚ୍ଚିତ ପଞ୍ଜି ସ୍କିମ୍ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ପିଏସିଏଲ୍ ନିର୍ଦ୍ଦେଶକଙ୍କୁ ଆଜି ଗିରଫ କରାଯାଇଛି । ପଞ୍ଜି ସ୍କିମ୍ ଭଳି ଏକ ଆର୍ଥିକ ଯୋଜନା ମାଧ୍ୟମରେ ଦେଶର ପ୍ରାୟ ୫ କୋଟି ଲୋକଙ୍କ ଠାରୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ଠକିଥିବା ପର୍ଲ୍ସ ଆଗ୍ରୋ ଟେକ୍ କର୍ପୋରେସନ ଲିମିଟେଡ୍ (ପିଏସିଏଲ୍‌) ନାମକ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଗୁରନାମ ସିଂହଙ୍କୁ ଉତ୍ତରପ୍ରଦେଶର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପଞ୍ଜାବ ରୋପାର ଜିଲ୍ଲାରୁ ଗିରଫ କରିଛି । ଏହି ଠକେଇ ଦେଶର ସବୁଠୁ ବଡ଼ ଠକେଇ ଘଟଣା ମଧ୍ୟରୁ ଅନ୍ୟତମ । କିଛି ଦିନ ପୂର୍ବେ ଫିଜିରୁ ପ୍ରତ୍ୟର୍ପଣ ହୋଇ ଭାରତ ଆସିଥିବା ହରଚନ୍ଦ୍ର ସିଂହ ଗିଲ୍‌ଙ୍କୁ ସିବିଆଇ ଗିରଫ କରିଥିଲା ।

ପିଏସିଏଲ୍ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ପଞ୍ଜି ସ୍କିମ୍ ଜରିଆରେ ଟଙ୍କା ସଂଗ୍ରହ କରୁଥିଲା । ୨୦୧୧ ମସିହା ଏବଂ ଏହା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶ, ଆସାମ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ବିହାର ଏବଂ ଛତିଶଗଡ଼ ଆଦି ୧୦ ରାଜ୍ୟରୁ ନିବେଶକମାନଙ୍କଠାରୁ ମୋଟ୍ ୪୯ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା । ପରେ ସଂସ୍ଥା ସମସ୍ତ ସ୍କିମ୍ ବନ୍ଦ କରି ଫେରାର ହୋଇଯାଇଥିଲା । ଉଭୟ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାର ତଦନ୍ତ କରୁଥିଲେ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ସିବିଆଇ ଗିରଫ କରିସାରିଥିବା ବେଳେ କେବଳ ଗୁରନାମ ଫେରାର ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking