କେନ୍ଦୁଝର : ମିଳିଲା ୩୫୦୦ ଟଙ୍କା ବାର୍ଧକ୍ୟ ଭତ୍ତା । ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩ ହଜାର ୫ଶହ ଟଙ୍କା ଭତ୍ତା ମିଳିଲା । ଯେଉଁମାନେ ୮୦ ପ୍ରତିଶତ ଭିନ୍ନକ୍ଷମ ରହିଛନ୍ତି ତାଙ୍କର ଭତ୍ତା ରାଶି ବୃଦ୍ଧି ପାଉଛି । ପୂର୍ୱରୁ ୧୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ସମୟରେ ୩୫୦୦ ଟଙ୍କା ମିଳିଛି । ଏବାବଦରେ ଏଥିରେ ଲାଭବାନ ହେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ । ଏହା କେନ୍ଦୁଝରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।