ଭୁବନେଶ୍ୱର: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ ସନ୍ତୋଷଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତିି । ଏନେଇ ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ପରିବାରର ଜଣଙ୍କୁ ଚାକିରି ମିଳିବ । ୫ ମାସ ଯାଏଁ ପରିବାରର ସମସ୍ତ ଖର୍ଚ୍ଚ ଉଠାଇବ ସଂସ୍ଥା । ବିମାନ ଭଗ୍ନାବଶେଷ ୨ / ୩ ଦିନ ମଧ୍ୟରେ ଉଠାଇ ଭୁବନେଶ୍ୱର ନିଆଯିବ । ତଦନ୍ତ ଚାଲିଛି, ଅନ୍ତରୀଣ ରିପୋର୍ଟ ମାସକ ମଧ୍ୟରେ ଆସିବ । ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥଲା । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଜଲ୍ଦା ପାଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨ ପାଇଲଟ୍ ସମେତ ୬ ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ସୁଶାନ୍ତ ଗୁରୁତର ଥିଲେ ।










