ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ଘଟଣା । ବିମାନର ଫୋର୍ସ ଲ୍ୟାଣ୍ଡିଂ ନେଇ ଡିଜିସିଏ ଓ ମନ୍ତ୍ରାଳୟକୁ ଅବଗତ କରାଗଲା । ଡାଇରେକ୍ଟୋରେଟ୍ ଅଫ୍ ସିଭିଲ୍ ଆଭିଏସନ୍ ପକ୍ଷରୁ ଅବଗତ କରାଗଲା । ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଡିଜିସିଏକୁ କାରଣ ଦର୍ଶାଯିବ ଉଲ୍ଲେଖ କରାଯାଇଛି । ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)କୁ ବି ଜଣାଯିବ । ଅନ୍ୟପଟେ, ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ଦରକାର ପଡିଲେ ଏୟାର ଲିଫ୍ଟ କରାଯାଇପାରେ କହିଛନ୍ତି ରାଉରକେଲା ଏସ୍ପି । ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ହୋଇଛି ଇଣ୍ଡିଆ – ୧ ବିମାନ । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସହ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । କେଉଁ ପରିସ୍ଥିତିରେ କ୍ରାସ ଲ୍ୟାଣ୍ଡିଂ କଲା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ରଘୁନାଥ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।









