43.9 C
Bhubaneswar
Friday, April 19, 2024
Homeଓଡିଶାଅଭିଭାବକଙ୍କ ଅଭିଯୋଗ ନାହିଁ, ଓଡ଼ିଶା ଅଭିଭାବକ ମହାସଂଘ କାର୍ଯ୍ୟକଳାପକୁ ଦୃଢ ନିନ୍ଦା

ଅଭିଭାବକଙ୍କ ଅଭିଯୋଗ ନାହିଁ, ଓଡ଼ିଶା ଅଭିଭାବକ ମହାସଂଘ କାର୍ଯ୍ୟକଳାପକୁ ଦୃଢ ନିନ୍ଦା

ରାଉରକେଲା: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଠି ଚିନ୍ତା । ସାରା ଦେଶ ସମେତ ଷ୍ଟିଲ  ସିଟି ରାଉରକେଲା  ସମେତ ସାରନଗରୀରେ ମଧ୍ୟ ଲକ ଡାଉନ ରହିଛି । କରୋନା ଦ୍ୱାରା ପ୍ରଭାବିତ ହୋଇଛି ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ । ବଜାର ସ୍ଥିତି ମଧ୍ୟ ମାନ୍ଦା ପଡ଼ିଛି । ଗତ ଦୁଇ ମାସ ହେଲା ସ୍କୁଲ, କଲେଜ, କୋଚିଙ୍ଗ ସେଂଟର, କମ୍ପୁଟର ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ଥିବାରୁ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି । ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ରଥକୁ ଆଗେଇ ନେବା ପାଇଁ ସ୍କୁଲରେ ପାଢ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ, ଶିକ୍ଷିକା ମାନଙ୍କ ଦ୍ୱାରା ବହି ବଂଟନ କରାଯାଉଛି । ରାଜ୍ୟ ସମେତ ରାଉରକେଲାର କିଛି ସ୍କୁଲରେ ସାମଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପିଲାଙ୍କ ବହି ବଂଟନ କରୁଛନ୍ତି । ବିଦ୍ୟାଳୟର ପୂଜାରୀ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କରୋନା ଲଢେଇରେ କରୋନା ଯୋଦ୍ଧା ଭାବେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ବହି ବଂଟନ କରୁଥିବା ବେଳେ, ରାଜ୍ୟର କିଛି ଜାଗାରେ ଏହାକୁ ନେଇ ବିରୋଧର ସ୍ୱର ଉଠିବା ପରେ ଶିକ୍ଷକ, ଶିକ୍ଷିକା ପକ୍ଷରୁ ଏହାକୁ ଦୃଢ ଭାବେ ଖଣ୍ଡନ କରାଯାଇଛି । ଘଟଣାରୁ ପ୍ରକାଶଯେ, ଗତକାଲି ଶୁକ୍ରବାର ରାଉରକେଲା ସାରନଗରୀର ଅଂଚଳରେ ଥିବା ବିଭିନ୍ନ ସ୍କୁଲରେ ପିଲାଙ୍କୁ ଶିକ୍ଷକ, ଶିକ୍ଷିକା ମାନେ ମୁହଁରେ ମାସ୍କ ବାନ୍ଧିବା ସହ ଘଟଣାସ୍ଥଳରେ ସାନିଟାଇଜର ରଖି ଅଭିଭାବକ ମାନଙ୍କୁ ହାତ ଧୋଇବାକୁ ଦିଆଯିବା ପରେ ଛାତ୍ରଛାତ୍ରୀଙ୍କ ବହି ବଂଟନ କରାଯାଇଥିଲା । ସେହିପରି ସାରନଗରୀର ସରସ୍ୱତୀ ଶିଶୁ ମନ୍ଦିର ଓ ଆଦର୍ଶ ବିଦ୍ୟା ମନ୍ଦିରର ଶିକ୍ଷକ, ଶିକ୍ଷିକା ମାନେ ୁପଯୁକ୍ତ ସାମାଜିକ ଦୂରତ୍ୱ ସହ ବିଦ୍ୟାଳୟରୁ ବହି ନେବା ପରେ ଏହାକୁ ବାଂଟିବା ପାଇଁ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଉଥିବା ବେଳେ, ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ସଂଘର କର୍ମକର୍ତା ମାନେ ଏହି ଦୁଇଟି ବିଦ୍ୟାଳୟରେ ପହଂଚି ଶିକ୍ଷକ, ଶିକ୍ଷିକା ମାନଙ୍କୁ ବିଭିନ୍ନ ପ୍ରଶ୍ନବାଣ କରିବା ଘଟଣାକୁ ଉକ୍ତ ଦୁଇ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି । ବିଦ୍ୟାଳୟ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛିଯେ, କୌଣସି ଜଣେ ହେଲେ ଅଭିଭାବକ ପିଲାଙ୍କ ସୁରକ୍ଷା ନେଇ ଲିଖିତ ଅବା ମୌଖିକ ଭାବେ ସ୍କଲକୁ ଅଭିଯୋଗ କରି ନାହାନ୍ତି, ସେପଟେ ଓଡ଼ିଶା ଅଭିଭାବକ ସଂଘ ଏଥିରେ ହସ୍ତକ୍ଷେପ କରିବା କେତେ ଯୁକ୍ତିଯୁକ୍ତ ? ବିଦ୍ୟାଳୟରେ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତା ମାନେ ପ୍ରବେଶ କରିବା ବେଳେ, କିଛି କର୍ମକର୍ତା ମୁହଁରେ ମାସ୍କ ନଥିବା ବେଳେ, ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରାଯାଇ ନଥିଲା ବୋଲି ଅଭିଯୋଗ ଉଠିଛି । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking