25.1 C
Bhubaneswar
Thursday, March 19, 2026
Homeଓଡିଶାରୋଟାରୀ କ୍ଲବ୍ ପକ୍ଷରୁ ନେସନ ବିଲଡର ଆୱାର୍ଡ ଅନୁଷ୍ଠିତ  

ରୋଟାରୀ କ୍ଲବ୍ ପକ୍ଷରୁ ନେସନ ବିଲଡର ଆୱାର୍ଡ ଅନୁଷ୍ଠିତ  

ଯାଜପୁର :ସହର ସ୍ଥିତ ଅମ୍ବିକାଇରେ ଥିବା ରୋଟାରୀ କ୍ଲବ୍ ପକ୍ଷରୁ ନେସନ ବିଲଡର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି । ରାଜ କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିରଜା ସଂସ୍କୃତି ଗବେଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ରୋଟାରୀ କ୍ଲବ୍‌ର ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ ଦାମୋଦର ବେହେରା,ରୋଟାରୀ କ୍ଲବ ର ସଭାପତି ନିତ୍ୟାନନ୍ଦ ମିଶ୍ର ଓ ସମ୍ପାଦକ ପ୍ରଶନ୍ନ କୁମାର ବିଶ୍ଵାଳ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସମାଜ ବା ଦେଶ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲାର କୋଣ ଅନୁକୋଣରୁ ଆସିଥିବା ୧୨ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ କ୍ଳବ ପକ୍ଷରୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking