19.1 C
Bhubaneswar
Sunday, February 8, 2026
Homeଖେଳରଣଜୀ ପାଇଁ ଉପଲବ୍ଧ ହେବେ ରୋହିତ

ରଣଜୀ ପାଇଁ ଉପଲବ୍ଧ ହେବେ ରୋହିତ

ମୁମ୍ବାଇ: ଜମ୍ମୁ-କଶ୍ମୀର ବିପକ୍ଷ ମୁମ୍ବାଇର ପରବର୍ତ୍ତୀ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି। ତେବେ ଅନ୍ତର୍ଜତାୀୟ କ୍ୟାଲେଣ୍ଡରର ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଘରୋଇ କ୍ରିକେଟ୍‌ରେ ଖେଳିବା ପାଇଁ ସମୟ ବାହାର କରିବା ତାରକା ଖେଳାଳିଙ୍କ ପାଇଁ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଘରୋଇ ଲାଲ୍ ବଲ୍ ଟୁର୍ଣ୍ଣାମେଣ୍ଟ୍‌କୁ କୌଣସି ଖେଳାଳି ହାଲୁକା ଭାବେ ନେଇନଥାନ୍ତି। ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ ସହ ଚାମ୍ପିଅନ୍ସ ଟ୍ରଫି ଟିମ୍ ଘୋଷଣା ଅବସରରେ ପ୍ରେସ୍ କନ୍‌ଫରେନ୍ସରେ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ତାଙ୍କ ଉପଲବ୍ଧତା ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ସକାରାତ୍ମକ ଜବାବ ଦେଇଛନ୍ତି। ରୋହିତ କହିଛନ୍ତି, ଗତ ଛଅ ସାତବର୍ଷ ଧରି ଯଦି ଆମ କ୍ୟାଲେଣ୍ଡରକୁ ଦେଖାଯାଏ, ତେବେ ଆମେ କେବେ ବି ୪୫ ଦିନ ଧରି ଘରେ ବସିନାହୁଁ।

ଆଇପିଏଲ୍ ସମାପ୍ତର ତୁରନ୍ତ ପରେ ଯଦି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନଥାଏ, ତେବେ ଏପରି ହୋଇଥାଏ। ଆମ ଘରୋଇ ସିଜନ୍‌ରୁ ଅକ୍ଟୋବରରୁ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ। ଯେଉଁ ଖେଳାଳି ଜାତୀୟ ଟିମ୍ ପାଇଁ ସମସ୍ତ ଫର୍ମାଟ୍ ଖେଳୁନଥାନ୍ତି ଏବଂ ଘରୋଇ କ୍ରିକେଟ୍ ଚାଲିଥାଏ, ତେବେ ସେମାନେ ଏଥିରେ ଖେଳିପାରନ୍ତି। ଭାରତୀୟ କ୍ୟାପ୍‌ଟେନ୍ ନିଜ ସମ୍ପର୍କରେ କହିଛନ୍ତି ଯେ ୨୦୧୯ରୁ ସେ ନିୟମିତ ଭାବେ ଟେଷ୍ଟ୍ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ବହୁ କଷ୍ଟରେ ସମୟ ମିଳିଥାଏ। ଜଣେ ନିୟମିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିଲେ ତାଙ୍କୁ ସଜେତ ହେବା ପାଇଁ ସମୟର ଆବଶ୍ୟକତା ପଡ଼ିଥାଏ। ଏପରି ନୁହେଁ କି କେହି ଘରୋଇ କ୍ରିକେଟ୍‌କୁ ହାଲୁକାରେ ନେଇଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking