34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଟେଷ୍ଟ ମ୍ୟାଚର ଅବସର ଘୋଷଣା ପରେ ଫଡନାଭିସଙ୍କୁ ଭେଟିଲେ ରୋହିତ ଶର୍ମା

ଟେଷ୍ଟ ମ୍ୟାଚର ଅବସର ଘୋଷଣା ପରେ ଫଡନାଭିସଙ୍କୁ ଭେଟିଲେ ରୋହିତ ଶର୍ମା

ମୁମ୍ବାଇ: ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ରୋହିତ ଶର୍ମା ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ  ଭେଟିଥିଲେ ।ବୈଠକ ପରେ, ସେ ଫଟୋ ଏକ୍ସରେ ସେୟାର କରିଥିଲେ । ଫଡନାଭିସ ମୁମ୍ବାଇର ତାଙ୍କ ସରକାରୀ ବାସଭବନ ରେ ସାକ୍ଷାତ ସମୟରେ ରୋହିତଙ୍କୁ ସମ୍ମାନିତ ମଧ୍ୟ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାରତର ଏକଦିବସୀୟ ଅଧିନାୟକଙ୍କୁ ଭେଟି ଏବଂ ତାଙ୍କ ସହିତ ଆଲୋଚନା କରି ବହୁତ ଖୁସି ହୋଇଥିଲେ ଏବଂ କ୍ରିକେଟରଙ୍କୁ ମଧ୍ୟ ତାଙ୍କର ଶୁଭକାମନା ଜଣାଇଥିଲେ। ଟେଷ୍ଟ କ୍ରିକେଟରୁ ଅବସର ନେବା ଏବଂ ତାଙ୍କ ଯାତ୍ରାର ପରବର୍ତ୍ତୀ ଅଧ୍ୟାୟରେ ନିରନ୍ତର ସଫଳତା ପାଇଁ ମୁଁ ତାଙ୍କୁ ମୋର ଶୁଭକାମନା ଜଣାଇଲି ” ଫଡନଭିସ୍ ତାଙ୍କ କ୍ସ ରେ ଲେଖିଛନ୍ତି । ସୂଚନାଥାଉ କି, ରୋହିତ ଶର୍ମା ଗତ ସପ୍ତାହରେ ମେ ୭ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୨୦୧୩ରେ ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିବା ପରେ ସେ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ସହିତ ୪୦.୫୭ ହାରରେ ୪୩୦୧ ରନ ସଂଗ୍ରହ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking