13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସିରିୟାରେ ରକେଟ୍‌ ମାଡ଼, ୧୬ ମୃତ

ସିରିୟାରେ ରକେଟ୍‌ ମାଡ଼, ୧୬ ମୃତ

ଦାମାସକସ୍‌ :  ସିରିୟା ଉପରେ ଇସ୍ରାଏଲ୍‌ ଅତର୍କିତ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ୱାଦି ଅଲ୍‌ ଉୟୁନ୍‌ ରାଜପଥ ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ଏଥିରେ ୧୬ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୩୬ ଆହତ ହୋଇଛନ୍ତି। ଗଣମାଧ୍ୟମ ‘ସାନା’ର ସୂଚନାନୁସାରେ, ରବିବାର ୮ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ)ରେ ମଧ୍ୟ ସିରିୟାର ତାରଟୋସ୍‌ ଓ ହାମା ରାଜ୍ୟରେ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ବାରା ଆକ୍ରମଣ ହୋଇଥିଲା। ଏଥିରେ ସ୍ଥାନୀୟ ଜନବସତିର ଅନେକ ଘର ଭାଙ୍ଗିଯାଇଛି। ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ହାମାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା ମାହେର ଅଲ୍‌ ୟୁନେସ୍‌ କହିଛନ୍ତି। ଅପରପକ୍ଷରେ, ଏହି ଘଟଣାରେ, ବିଦେଶୀ ମିଡ଼ିଆ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେ‌ବେନାହିଁ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି।  ସୂଚନାଯୋଗ୍ୟ ୨୦୧୧ ଆରବ ବିପ୍ଳବ ପରଠାରୁ ସିରିୟାର ଅଧିକାଂଶ ଅଞ୍ଚଳରେ ହିଜବୁଲ୍ଲା ନିଜର ଆଧିପତ୍ୟ ଜାହିର କରିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ହିଜବୁଲ୍ଲା ହମାସକୁ ସମର୍ଥନ ଦେଇଛି। ଏହି କାରଣରୁ ୨୦୨୩ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ହମ୍‌ଲା ପରଠାରୁ ଆଇଡିଏଫ୍‌ ନିଜର ପ୍ରତିଆକ୍ରମଣ ରଣନୀତିରେ ସିରିୟାର ହିଜବୁଲ୍ଲା ଆଡ୍ଡା ଉପରେ ନିୟମିତ ବ୍ୟବଧାନରେ ଆକ୍ରମଣ କରିଆସୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking