ଆସିକା : ପଥର ବ୍ଲାଷ୍ଟିଂ ବେଳେ ଖାଦାନରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ୨ ଜଣ ଆହତ ହୋଇଛନ୍ତି । କୋଟିନଡ଼ା ଥାନା ପାଣ୍ଡିଆପଥର ଗାଁ ନିକଟ ଖାଦାନରେ ଏହି ଅଘଟଣ ଘଟିଛି । ବ୍ଲାଷ୍ଟିଂବେଳେ ସମ୍ପୃକ୍ତ ଜଣକ ୩୦ ଫୁଟ ତଳକୁ ଖସିପଡ଼ିଥିଲେ । ମୃତ ଶ୍ରମିକ ଜଣକ ତାମିଲନାଡ଼ୁ ରାଜ୍ୟର ହୋଇଥିବା ଜଣାଯାଇଛି ।