15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମହିଳାଙ୍କ ବଦଳରେ ଛୁଆ ଜନ୍ମ କରିବ ରୋବଟ୍

ମହିଳାଙ୍କ ବଦଳରେ ଛୁଆ ଜନ୍ମ କରିବ ରୋବଟ୍

ସମୟ ପରିବର୍ତ୍ତନ ହେବା ସହିତ ଟେକ୍ନୋଲୋଜିରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଅସମ୍ଭବକୁ ବି ସମ୍ଭବ କରି ଦେଖାଉଛି ଟେକ୍ନୋଲୋଜି । ଯାହା କେବଳ ଆଡଭାନ୍ସ ଟେକ୍ନୋଲୋଜି ପାଇଁ ସମ୍ଭବ ହେଉଛି । ଯାହାକୁ ଦେଖିବା ପରେ ସମ୍ପର୍ଣ୍ଣ କାଳ୍ପନିକ କିମ୍ବା ଫିଲ୍ମ ପରି ଅନୁଭବ ହୋଇଥାଏ । ଆଗରୁ ଯେଉଁସବୁ କଥା ସ୍ବପ୍ନ ଭଳି ଲାଗେ ତାହା ଏବେ ୨ ମିନିଟରେ ସତ ହୋଇପାରୁଛି । ଏଥିସହ ଜାଣିରଖନ୍ତୁ ଯେ, କେବଳ ଫୋନ୍ ବ୍ୟବହାର କିମ୍ବା ପ୍ଲେନ୍ କଥା ନୁହେଁ ବରଂ ବିଜ୍ଞାନ ଯୋଗୁଁ ଅନେକ ଅବାସ୍ତବ ତଥ୍ୟ ବାସ୍ତବରେ ପରିଣତ ହେବାକୁ ଯାଉଛି । ଫିଲ୍ମରେ ରୋବଟ୍ କେତେ କ’ଣ କାମ ଅଳ୍ପ ସମୟ ମଧ୍ୟରେ କରିଥାଏ, ଯାହା ଆପଣମାନେ ମଧ୍ୟ ନିଶ୍ଚନ୍ତ ଜାଣିଥିବେ । ହେଲେ ଆଗାମୀ ଦିନରେ ରୋବଟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିବ । ଜଣେ ମହିଳା ଗର୍ଭବତୀ ହେବା ଏବଂ ଛୁଆ ଜନ୍ମ କରିବା ଖୁବ୍ ସାଧାରଣ କଥା ।

କିନ୍ତୁ ଏବେ ମଣିଷ ନୁହେଁ ବରଂ ଛୁଆ ଜନ୍ମ କରିବ ରୋବଟ୍ । ଏହା ଶୁଣି ଆପଣଙ୍କୁ କ’ଣ ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ବି ଏହା ସତ । କିଛି ଗପ ଭଳି ଲାଗୁଥିବା କଥା ମଧ୍ୟ ସତ ହେବାରେ ଲାଗିଛି । ଯାହାକୁ ଗୋଟିଏ ବର୍ଷ ମଧ୍ୟରେ ଚୀନ୍ ଉପସ୍ଥାପନ କରିବାକୁ ଯାଉଛି । ଚୀନର ଗ୍ୱାଙ୍ଗଝୋରେ ଥିବା କାଇୱା ଟେକ୍ନୋଲୋଜି ଏହି ଅନନ୍ୟ ପ୍ରକଳ୍ପ ଉପରେ କାମ କରୁଛି । ଏହି ଦଳଟିର ନେତୃତ୍ୱ ନେଉଛନ୍ତି ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟିର ବୈଜ୍ଞାନିକ ଡକ୍ଟର ଝାଙ୍ଗ କିଫେଙ୍ଗ । ଏହା ସହିତ ସେ କହିଛନ୍ତି ଯେ, ଏବେ ଏହି ଟେକ୍ନୋଲୋଜି ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି । ଏହାକୁ କେବଳ ରୋବୋଟର ପେଟରେ ପ୍ରତିରୋପଣ କରିବାକୁ ପଡିବ । ଯାହା ଦ୍ଵାରା ଜଣେ ମଣିଷ ଏବଂ ଏକ ରୋବୋଟ ଏକତ୍ର ହୋଇ ଏକ ସନ୍ତାନକୁ ଜନ୍ମ ଦେଇପାରିବେ । ଏଥିସହ ରୋବୋଟ ଭିତରେ ଭୃଣ ବିକଶିତ ହୋଇପାରିବ । ହେଲେ, ଏହି ପ୍ରକ୍ରିୟା କିପରି କାମ କରିବ ସେ ବିଷୟରେ ଅଧିକ କିଛି କୁହାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking