ନୂଆଦିଲ୍ଲୀ : ଇପିଏଫ ଠକେଇ ମାମଲାରେ ଫସିଥିବା ରବିନ ଉଥାପ୍ପାଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରଓ୍ାନା ଉପରେ ଆଜି ରୋକ ଲଗାଇଛନ୍ତି କର୍ନାଟକ ହାଇକୋର୍ଟ । ୩୯ ବର୍ଷୀୟ ରବିନ୍ ଉଥାପ୍ପା ଭାରତୀୟ କ୍ରିକେଟ୍ ଟିମ୍ର ଏକ ଲୋକପ୍ରିୟ ଚେହେରା। ସେ ଭାରତ ପାଇଁ ୪୬ଟି ଦିନିକିଆ ଓ ୧୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେତେବେଳେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ୍ ଜିତିଥିଲା ସେତେବେଳେ ଉକ୍ତ ଟିମରେ ଉଥାପ୍ପା ରହିଥିଲେ।