ନୀଳଗିରି: ୧୭ ଚୋରି ପରେ ଧରାପଡ଼ିଲେ ଲୁଟେରା । ଚୋରି ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରି ପୋଲିସ ୩ ଲୁଟେରାଙ୍କୁ ଗିରଫ କରିଛି । ନୀଳଗିରି ଅଞ୍ଚଳରୁ ଲୁଟ୍, ଭୁବନେଶ୍ବରର ଏକ ବସ୍ତିରୁ ଧରାପଡ଼ିଲେ ଲୁଟେରା । ୧୭ଟି ଚୋରି ଘଟଣାରେ ସମ୍ପୃକ୍ତ ୩ ଜଣ ଚୋର ଧରାପଡ଼ିଲେ । ଦିନରେ ମଜୁରୀ କରୁଥିଲେ ଓ ରାତିରେ ଘରେ ପଶି ଲୁଟୁଥିଲେ । ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ୩ ଚୋରଙ୍କୁ ଧରିଲା ପୋଲିସ । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।










