30.1 C
Bhubaneswar
Tuesday, March 3, 2026
Homeଓଡିଶାହାତଗୋଡ଼ ବାନ୍ଧି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ହାତଗୋଡ଼ ବାନ୍ଧି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡମାରି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ସ୍ୱାମୀ ଓ ସ୍ତ୍ରୀ ଆହତ।ପୁଲିସର ତଦନ୍ତ ଆରମ୍ଭ। ସୂଚନା ଅନୁସାରେ, ଗତକାଲି ସୋମବାର ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ତାଙ୍କ ପତ୍ନୀ ଝିଲି ନାଏକ ଘରେ ଶୋଇଥିବା ବେଳେ ରାତ୍ରି ପ୍ରାୟ ୧ଟା ବେଳେ ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଦୁଇ ଜଣଙ୍କ ହାତ ଗୋଡ଼  ବାନ୍ଧି ଦେଇ ଖଣ୍ଡା , ବନ୍ଧୁକର ଭୟ ଦେଖାଇ ଘରେ ରଖିଥିବା ୭ ଲକ୍ଷ ଟଙ୍କା ସହିତ ପିନ୍ଧିଥିବା ସୁନା ଗହଣା ଓ ଗଡରେଜ୍ ଭିତରେ ଥିବା ସୁନାଗହଣା ନେଇ ପଳେଇ ଯାଇଥିଲେ । ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଥିବା ବେଳେ ଦୁଇ ଜଣଙ୍କର ମୋବାଇଲକୁ କଚାଡ଼ି ଭାଙ୍ଗି ଦେଇଥିଲେ। ୨୦ ମିନିଟ ଭିତରେ ଘରେ କଳା କନା ବୁଲାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଝାରସୁଗୁଡା ଏସପି, ଏସଡିପିଓ, ଲଇକେରା ଥାନା ଅଧିକାରୀଙ୍କ ସମେତ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking