14.1 C
Bhubaneswar
Saturday, December 6, 2025
Homeଓଡିଶାବନ୍ଧୁକ ମୁନରେ ସାଢେ ୩ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ବନ୍ଧୁକ ମୁନରେ ସାଢେ ୩ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ସୁନ୍ଦରଗଡ: କୋଇଡା ଖଣି ଅଞ୍ଚଳରେ ପୋଲିସକୁ ଡାକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଦଶ ଦିନ ତଳେ କୋଇଡାର ରେଙ୍ଗାଲବିଡା ଠାରେ ମୁଖା ପିନ୍ଧା ଦୁର୍ବୃତ୍ତ  ସଶସ୍ତ୍ର ଡକାୟତି କରିଥିଲେ । ପୁଣି ଗତକାଲି ରାତିରେ ୮ ଜଣ ଦୁର୍ବୃତ୍ତ ମୁଖାପିନ୍ଧା ଦୁର୍ବୃତ୍ତ   ବନ୍ଧୁକ ଏବଂ ଛୁରୀ ଦେଖାଇ  କୋଇଡା ମୁଖ୍ୟ ଛକରେ ଥିବା ତାରିଣୀ କ୍ୟାରିଅର ପରିବହନ ସଂସ୍ଥା କାର୍ଯ୍ୟାଳୟରେ ପଶି ସାଢେ ୩ ଲ୭କ୍ଷ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏହା ସହ କାର୍ଯ୍ୟାଳୟର ସମସ୍ତ ସିସିଟିଭି ତାର କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ନେଇ ଯାଇଛନ୍ତି । ସୂଚନା ପାଇ କୋଇଡା ଥାନା ଅଧିକାରୀ ପହଞ୍ଚି   ତଦନ୍ତକୁ ଜୋରଦାର କରିଛନ୍ତି ।  କୋଇଡା ଏକ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ରାତି ତମାମ  ପରିବହନ କାର୍ଯ୍ୟାଳୟ ଚାଲିଥାଏ ।  ଗାଡିଚାଳକମାନଙ୍କୁ ଆଡଭାନ୍ସ  ଦେବାକୁ ନଗଦ ଟଙ୍କା ବି କାର୍ଯ୍ୟାଳୟରେ ଥାଏ । ତେବେ ଏହାର ସୁଯୋଗ ନେଇ ବାରମ୍ବାର ଚଡାୟତି ବଢି ଚାଲିଛିା  ଅନ୍ୟପଟେ ଡକାୟତକୁ କାବୁ କରିବା ପାଇଁ ଯାଇଥିବା  ପୋଲିସ ଟିମର ଗାଡି ଚାଳକଙ୍କ   ମୃତ୍ୟୁ ହୋଇଛି ।  ପୋଲିସ ଟିମ ଗାଡିରୁ ଓହ୍ଲାଉଥିବା ବେଳେ  ବୀପରିତ ଦିଗରୁ ଡକାୟତମାନେ ଆସି ଗାଡି ଚଢାଇ  ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଚାଳକ  ବେସରକାରୀ ଭାବରେ ଥାନା ଗାଡି ଚଳାଉଥିଲେ । ତାଙ୍କ ନାଁ ରାହୁଲ ସଫର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking