ପୁରୀ: ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ବାମନାଳ ପଞ୍ଚାୟତ ଅନ୍ତର୍ଗତ କମଦରୀ ଗାଁରେ ଟେଣ୍ଟ ମାଲିକ କୁମର ଛାଟୋଇଙ୍କ ଘରେ ପଶି ଦୁଇରୁ ଊର୍ଦ୍ଧ୍ବ ମୁଖାପିନ୍ଧା ଦୁର୍ବୃତ୍ତ କୁମର ଛାଟୋଇ ଓ ତାଙ୍କ ପତ୍ନୀ ଶୈଳବାଳାଙ୍କୁ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରି ଏକ ଲକ୍ଷ ଟଙ୍କା ଦୁଇଟି ହାର, ଦୁଇଟି ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି । ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ପତିପତ୍ନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।