31.1 C
Bhubaneswar
Wednesday, March 25, 2026
Homeଓଡିଶାତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଲୁଟେରା

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଲୁଟେରା

ମୟୁରଭଞ୍ଜ: ଘରେ ଶୋଇଥିବା ବେଳେ ଅନ୍ୟ ରୁମରୁ ଲୁଟିନେଲେ ଦୁର୍ବୃତ୍ତ ।ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ପାଲଟିଛି ଲୁଟେରାଙ୍କ ରାଜ । ହରିଶଚନ୍ଦ୍ର ପଞ୍ଜା ଓ ତାଙ୍କ ସ୍ତ୍ରୀ ଗୋଟିଏ ରୁମରେ ଶୋଇଥିବାବେଳେ ଅନ୍ୟ ଗୋଟିଏ ରୁମରେ ତାଙ୍କ ଝିଅ ଜ୍ୱାଇଁ ଶୋଇଥିଲେ । ବିଳମ୍ବିତ ରାତିରେ ଏକାଧିକ ଦୁର୍ବୁତ୍ତ ଘର ପଛପଟୁ ତାର ବାଡ଼ ଭାଙ୍ଗି ପଶିଥିଲେ ।  ପରେ ବଡ଼ ପୁଅର ରୁମରେ ଝରକା ଗ୍ରିଲ ଭାଙ୍ଗି ପଶିଥିଲେ । ପରେ ରୁମର ଭିତର ପଟୁ ତାଲା ମାରି ଭିତରେ ଥିବା ଗଡ଼ରେଜ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇ ପୁଣି ଘର ପଛ ପଟେ ଚମ୍ପଟ ମାରିଥିଲେ । ଏନେଇ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking