ବାଲେଶ୍ୱର: ବାଲେଶ୍ୱରରେ ମାତିଲେ ଏଟିଏମ୍ ଲୁଟେରା । ଏଟିଏମ୍ ଭାଙ୍ଗି ଲୁଟି ନେଲେ ଟଙ୍କା । ରବିବାର ବିଳମ୍ବିତ ରାତିରେ ବାଲେଶ୍ୱରର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଛକରେ ଥିବା ଏସ୍ବିଆଇ ଏଟିଏମ୍ରୁ ଏହି ଲୁଟ୍ ହୋଇଛି । କେତେ ଟଙ୍କା ଲୁଟ୍ ହୋଇଛି ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ । ଲୁଟ୍ ନେଇ ସ୍ଥାନୀୟଲୋକେ ପୁଲିସକୁ ଖବର ଦେବା ପରେ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।