ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ ଘଟିଛି ଲୁଟ । ପରିବାର ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରି ଘରୁ ଟଙ୍କା ଓ ସୁନା ଗହଣା ନେଇଯାଇଛନ୍ତି ଦୁର୍ବୁତ୍ତ । ସୂଚନା ଅନୁଯାୟୀ, ଗତ ରାତିରେ ହସିଣା ଗ୍ରାମର ଦେବି ପ୍ରସାଦ ମିଶ୍ର ଓ ତାଙ୍କ ବୋହୂ ଘରେ ଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଦେବି ପ୍ରସାଦଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଓ ଘରେ ଥିବା ଟଙ୍କା ସୁନା ଦେବାକୁ ଧମକ ଦେଇଥିଲେ। ପରେ ଦେବି ପ୍ରସାଦଙ୍କୁ ଦୁର୍ବୃତ୍ତମାନେ ଘର ଭିତରେ ପୂରାଇ ଦେଇ ତାଙ୍କ ବୋହୂ ପିନ୍ଧିଥିବା ସମସ୍ତ ସୁନାଗହଣା ଓ ଘରେ ଥିବା ଟଙ୍କା ଓ ସୁନାଗହଣା ଲୁଟିନେଇ ଥିଲେ। ପରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ନେଇ ଫେରାର ହୋଇ ଯାଇଥିଲେ। ଏନେଇ ଦେବି କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।