22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା

କୋଣାର୍କ: ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା। କୋଣାର୍କ ଥାନା ଅନସରା ଗାଁରେ ଘଟିଛି ଏହି ଘଟଣା। ଲୁଟ୍ର ଶିକାର ହୋଇଥିବା ମହିଳା ଜଣକ ହେଲେ ୬୫ ବର୍ଷୀୟ ଜୟନ୍ତୀ ପ୍ରଧାନ। ସୂଚନା ଅନୁସାରେ ଅନସରା ଗ୍ରାମର ସୁକାନ୍ତ ପ୍ରଧାନଙ୍କ ପତ୍ନୀ ଜୟନ୍ତୀ ପ୍ରଧାନ ମଙ୍ଗଳବାର ସକାଳେ ୫ଟା ୩୦ରେ ମନ୍ଦିର ପୂଜା କରିବାକୁ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ପେଟ୍ରୋଲ କେଉଁଠି ମିଳିବ ପଚାରିବା କ୍ଷଣି ଝାମ୍ପିନେଇ ଫେରାର ହୋଇଯାଇଛି।ମହିଳା ହାତରେ ଧରିଥିବା ଫୁଲ, ଧୂପ କାଠି ଓ ଭୋଗ ରାସ୍ତାରେ ପଡିଥିବା ବେଳେ ମହିଳା ପାଟି କରିବାରୁ ଦୁର୍ବୃତ୍ତ ବାଇକ ରେ ଦ୍ରୁତଗତିରେ ଖସି ଯାଇଥିଲା।ସୁନା ଚେନ୍‌ଟି ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହେବବୋଲି ମହିଳା କହିଛନ୍ତି। ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking