26.1 C
Bhubaneswar
Thursday, September 19, 2024
Homeଅପରାଧବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

କାମାକ୍ଷାନଗର : ଗାଡି ଅଟକାଇ ୬ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ସୁକିନ୍ଦା ଥାନା ମଙ୍ଗଳପୁର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବନ୍ଧୁକ ଦେଖାଇ ୬ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଭୁବନ ଥାନା କିଙ୍ଗୋଳ ଗାଁର ଶ୍ୟାମପ୍ରଶନ୍ନ ମିଶ୍ର ଭୂବନ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ସୂଚନା ଅନୁସାରେ ସୁକିନ୍ଦା ଥାନା ମଙ୍ଗଳପୁର ଗ୍ରାମ ନିକଟ ଏନ୍ ଏଚ ୫୩ରେ ଶ୍ୟାମପ୍ରସନ୍ନ କାର ଯୋଗେ ଯାଉଥିବାବେଳେ ପ୍ରଥମେ ଏକ ନମ୍ବର ବିହୀନ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ହେଲମେଟ ପିନ୍ଧି ତାଙ୍କ ଗାଡ଼ି ନିକଟକୁ ଆସି ଗାଳିଗୁଲଜ କରିଥିଲେ । କିଛି ସମୟ ଭିତରେ ଅନ୍ୟ ଏକ ନମ୍ବର ବିହୀନ ପଲସର ଗାଡ଼ିରେ ସମାନ ଭାବେ ଆଉ ଦୁଇଜଣ ବ୍ୟକ୍ତି ଆସି ପେଟରେ ବନ୍ଧୁକ ଲଗାଇ ବ୍ୟାଗରେ ଥିବା ଟଙ୍କାକୁ ମାଗିଥିଲେ । ପରେ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ବ୍ୟାଙ୍କର ସିସିଟିଭି ଫୁଟେଜକୁ ଆଧାର କରି ସୁକିନ୍ଦା ଥାନା ପୋଲିସ ଓ ଭୁବନ ଥାନା ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking