18.1 C
Bhubaneswar
Sunday, February 8, 2026
Homeଓଡିଶାଧନୁଆ ନଦୀରେ ଆସୁଥିବା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରସ୍ତୁତ ହେଲା ରୋଡ଼ ମ୍ୟାପ

ଧନୁଆ ନଦୀରେ ଆସୁଥିବା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରସ୍ତୁତ ହେଲା ରୋଡ଼ ମ୍ୟାପ

ଭୁବନେଶ୍ୱର : ଆଜି ଲୋକସେବା ଭବନର କାର୍ଯ୍ୟାଳୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଧନୁଆ ନଦୀର ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ପରିଡା ଧନୁଆ ନଦୀରେ ପ୍ରତିବର୍ଷ ଆସୁଥିବା ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ଉପରେ ଆଲୋଚନା କରିବା ସହ ନିମାପଡା ଓ ପାଖାପାଖି ଅଞ୍ଚଳର କୃଷି ଓ ଜନଜୀବିକା କ୍ଷୟକ୍ଷତି ଉପରେ ମଧ୍ୟ ବିଶଦ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡ଼. ଚନ୍ଦ୍ର ଶେଖର ପାଢ଼ୀ ଓ ବିଭାଗୀୟ ସମ୍ପୃକ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ କି ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଠାରୁ ଧନୁଆ ନଦୀ ବାଲିଅନ୍ତା ଓ ବାଲିପାଟଣା ଦେଇ ପୁରୀ ଜିଲ୍ଲାକୁ ପ୍ରଭାବିତ ହେଉଛି । ପୁରୀ ଜିଲ୍ଲାର ଦୁଃଖ ହୋଇ ଧନୁଆ ନଦୀର ବନ୍ୟା ପ୍ରତିବର୍ଷ ନିମାପଡା ଓ ପାଖାପାଖି ଅଞ୍ଚଳରେ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଗାଁ ଗଣ୍ଡାରେ ବନ୍ୟା ପାଣି ପଶି ଶହ ଶହ ହେକ୍ଟର ଧାନ ଜମି, ପରିବା ଫସଲ ଜମି ନଷ୍ଟ କରିଥାଏ । ଧନୂଆ ନଦୀରେ ବନ୍ୟା ଆସିଲେ ବନ୍ୟା ଜଳ ନିଷ୍କାସନ ହେବା ପାଇଁ ଏକ ସପ୍ତାହ ରୁ ଅଧିକ ସମୟ ଲାଗିଥାଏ। ଯାହାଦ୍ବାରା ନିମାପଡା ଏବଂ ଗୋପ ଅଞ୍ଚଳର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଥାଏ ବୋଲି ଏହି ବୈଠକ ରେ ଶ୍ରୀମତୀ ପରିଡା ପ୍ରକାଶ କରିଥିଲେ। ଏହି କ୍ଷୟକ୍ଷତିକୁ ରୋକିବା ସହ ଚାଷୀ ଓ ସାଧାରଣ ଲୋକମାନଙ୍କର ଜୀବନ ଜୀବିକାକୁ ସୁରକ୍ଷା ଦେବା ନିମନ୍ତେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ବର୍ଷା ଋତୁ ଆସିବା ପୂର୍ବରୁ ଏହି ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking