ଯାଜପୁର:ଚଳିତ ବର୍ଷ ସଡ଼କ ସୁରକ୍ଷା ଉଦଯାପନୀ ସମାରୋହ ଆଞ୍ଚଳିକ ପରିବହନ କାର୍ଯ୍ୟ।ଳୟ, ଯାଜପୁର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହରେ ଯାଜପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ଅଧକ୍ଷ୍ୟା ତଥା ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ତତ୍ତ୍ଵ।ବଧାନ ରେ , ଉପ ଜିଲ୍ଲାପାଳ, ଯାଜପୁର ଶ୍ରୀ ଅଂଶୁମାନ ଶତପଥି ଓ , ଛତିଆ ଡ୍ରାଇଭିଂ ଟ୍ରେନିଂ ଇନ୍ସଟିଚ୍ୟୁଟ ର ପ୍ରିନସିପାଲ ସାଦିଆ ସଏଦ , ବଡ଼ଚଣା ଆରକ୍ଷୀ ନିରୀକ୍ଷକ ଶ୍ରୀ ଅସିତ ବଳବନ୍ତ ରାୟ ଯୋଗ ଦେଇଥିଲେ । ଏଥିରେ ସଡ଼କ ଦୁର୍ଘଟଣା ର ନିରାକରଣ ପାଇଁ ସମସ୍ତେ ଆଲୋକପାତ କରିଥିଲେ । ବିଭିନ୍ନ ସ୍ଵେଛାସେବି ଅନୁଷ୍ଠାନ ସହ ସ୍କୁଲ ଓ କଲେଜ ର ପିଲାମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ସହ ଟ୍ରାଫିକ ନିୟମ ମାନି ଗାଡି ଚଳାଇଲେ ଦୁର୍ଘଟଣାର ନିରାକରଣ ହୋଇପାରିବ ବୋଲି ମତ ପୋଷଣ କରିଥିଲେ । ଏହି ସଭା ରେ ଡେପୁଟି କମିଶନର ତଥା ଆର ଟି ଓ, ଯାଜପୁର ଶ୍ରୀ ନୀଳକଣ୍ଠ ପ୍ରଧାନ ଓ ଆର ଟି ଓ, ଚଣ୍ଡିଖୋଲ, ଶ୍ରୀ ସମ୍ବିତ କୁମାରଙ୍କ ମିଳିତ ଉଦ୍ୟମ ରେ ଜିଲ୍ଲା ର ଟ୍ରକ ମାଲିକ ସଂଘ ଓ ଘରୋଇ ବସ ମାଲିକ ସଂଘ ର କର୍ମକର୍ତା, ଏସ ପି ଓ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ରୋଡ ସେଫଟି ସମ୍ବନ୍ଧୀୟ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ହୋଇଥିବା ପେଣ୍ଟିଙ୍ଗ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ର ବିଜେତା ହୋଇଥିବା ପ୍ରାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସରକାରଙ୍କ ଦ୍ବାରା ପ୍ରଚଳିତ ଗୁଡ ସମରିଟାନ ଓ ସୋଲାସିଆମ ଫଣ୍ଡ ବାବଦରେ ଆଲୋକପାତ କରିବା ସହ ଏ ସମ୍ବନ୍ଧ ରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ ।
ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବ୍ଲକ ସ୍ତରରେ ଶୋଭାଯାତ୍ରା, ସ୍ଲୋଗାନ, ରଥ ପରିକ୍ରମା, ହେଲମେଟ ଓ ସିଟ ବେଲ୍ଟ ଚେକିଂ, ଚକ୍ଷୁ ଚିକିତ୍ସା ଶିବିର,ନାବାଳକ ଗାଡିଚଳନା ଚେକିଂ, ସ୍କୁଲ ଓ କଲେଜ ରେ ସଚେତନତା କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା।ଅନ୍ୱେଷଣ, ଅଭୟ ଦାସ ଟ୍ରୁପ ଓ ସ୍କାଉଟ ପିଲାମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉକ୍ତ ଉତ୍ସବ ରେ ଶ୍ରୀ ଦୀପକ କୁମାର ସେଠୀ, ଶ୍ରୀ ଖଗେଶ୍ଵର ମୁର୍ମୁ, ଶ୍ରୀ ପ୍ରଦୀପ୍ତ କିଶୋର ବେହେରା, ଶ୍ରୀ ଯୁଗଳ କିଶୋର ତିରିୟା ଓ ଉଭୟ ଯାଜପୁର ଓ ଚଣ୍ଡିଖୋଲ କାର୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।