ନୂଆଦିଲ୍ଲୀ: କେନ୍ଦ୍ର ସରକାର ହେଲମେଟ ବ୍ୟବହାରକୁ ନେଇ କଡ଼ା କଟକଣା ଜାରି କରିଛନ୍ତି । ସରକାର କହିଛନ୍ତି କି, ଗାଡ଼ି ଚଳାଇବା ବେଳେ ଚାଳକ କେବଳ ବିଆଇଏସ୍ ସାର୍ଟିଫାଏଡ ହେଲମେଟ୍ ବ୍ୟବହାର କରିବେ । ବିଆଇଏସ୍ ପ୍ରମାଣପତ୍ର ବିନା ହେଲମେଟ୍ ନିର୍ମାଣ ଓ ବିକ୍ରୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି କି, ରାସ୍ତା କଡ଼ରେ ବିକ୍ରି ହେଉଥିବା ଅଧିକାଂଶ ହେଲମେଟ୍ ବିଆଇଏସ୍ ସାର୍ଟିଫାଏଡ ନୁହେଁ । ଯାହା ବାଇକ୍ ଚାଳକଙ୍କ ପାଇଁ ସାଂଘାତିକ ବିପଦ ସୃଷ୍ଟି କରୁଛି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିଆଇଏସ୍ ସାର୍ଟିଫାଏଡ ନଥିବା ହେଲମେଟ୍ ବିକ୍ରେତା ଓ ନିର୍ମାଣ କମ୍ପାନୀ ଉପରେ ଚଢାଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।









