ବାଙ୍ଗିରିପୋଷି: ସପ୍ତାହକୁ ଦୁଇ ଦିନ ବନ୍ଦ ରହିବ ଦୁଆରଶୁଣି ଘାଟି ରାସ୍ତା । ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ହେବ ପଥର ବ୍ଲାଷ୍ଟିଙ୍ଗ । ଗୁରୁବାର ଓ ଶୁକ୍ରବାର ଅପରାହ୍ନ ୧ଟାରୁ ୪ଟା ରାସ୍ତା ବନ୍ଦ । ଦୁଆରଶୁଣି ଘାଟିର ଉଭୟ ପଟୁ ଗାଡି ଚଳାଚଳ ବନ୍ଦ ରହିବ । ବିକଳ୍ପ ରାସ୍ତା ବାଙ୍ଗିରିପୋଷି – କତରା – ଚନ୍ଦନପୁର – ଶଙ୍ଖଭଙ୍ଗା ଦେଇ ଯିବ ।










