19.1 C
Bhubaneswar
Saturday, February 21, 2026
Homeଓଡିଶାଦନ୍ତା ହାତୀ ପାଇଁ ରାସ୍ତା ବନ୍ଦ

ଦନ୍ତା ହାତୀ ପାଇଁ ରାସ୍ତା ବନ୍ଦ

ପୁରୀ: ହାତୀ ପାଇଁ ରାସ୍ତା ବନ୍ଦ । ଦନ୍ତା ହାତୀ ପାଇଁ ପୁରୀ କଣାସ- ବିଜୁ ପୁର ଯଂଘାର ମୁଖ୍ୟ ରାସ୍ତା ବନ୍ଦ କଲା ବନ ବିଭାଗ । ଲୁଣା ନଦୀ ବନ୍ଧ ବକୁଳି ସାହି ନିକଟରେ ଉଭୟ ପାଶ୍ୱର୍ ଯାତାୟତ ପାଇଁ ବନ୍ଦ କଲା ବନ ବିଭାଗ । ହାତୀ ଚଳାଚଳ ଯୋଗୁଁ ରାତି ହେଲେ ବଢୁଛି ଭୟ । ଲୋକେ ଏବେ ବି ଯିବା ଆସିବାକୁ କରୁଛନ୍ତି ଭୟ । ଗହିର ବିଲରୁ ଗାଁ ମୁହାଁ ହୋଇଛି ଜଙ୍ଗଲୀ ଦନ୍ତା ହାତୀ । ଗତକାଲି ଦିନସାରା ହାତୀକୁ ଜଗି ରହିଥିଲେ ବ୍ରହ୍ମଗିରି , ଡେଲାଙ୍ଗ ରେଞ୍ଜର ବନ କର୍ମଚାରୀ । ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ଅଧୀନ ପଳାଶମୁଣ୍ଡୀ ଜଙ୍ଗଲରୁ ହାତୀଶାବକର ମୃତଦେହ ଉଦ୍ଧାର ହୋଇଛି । ହାତୀ ଛୁଆର କିପରି ମୃତ୍ୟୁ ହୋଇଛି, ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ବନବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking