27.1 C
Bhubaneswar
Tuesday, March 31, 2026
Homeଓଡିଶାସଡ଼କ ଦୁର୍ଘଟଣା : ୭ ଗୁରୁତର

ସଡ଼କ ଦୁର୍ଘଟଣା : ୭ ଗୁରୁତର

ବାଲେଶ୍ବର : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଘରୋଇ ଯାତ୍ରୀବାହୀ ବସ । ଫଳରେ ଡ୍ରାଇଭର ସମେତ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ କୁ ଜୋର ରେ ଧକ୍କା ଦେଇ ଥିଲା । ବସ ରେ ୩୦ ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି । ତେବେ ବସ ର ଆଗ ପଟ ଟି ନଷ୍ଟ ହୋଇଥିବା ରୁ ଡ୍ରାଇଭର ଦୀର୍ଘ ସମୟ ଧରି ବସ୍ ଭିତରେ ଭିତରେ ଫସି ରହିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ହସପିଟାଲ ରେ ଭର୍ତ୍ତି କରାଇଛନ୍ତି, ଖବର ପାଇ ଘଟଣା ସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking