25.9 C
Bhubaneswar
Monday, April 6, 2026
Homeଓଡିଶାସଡକ ଦୁର୍ଘଟଣା : ୪ ଗୁରୁତର

ସଡକ ଦୁର୍ଘଟଣା : ୪ ଗୁରୁତର

କଳାହାଣ୍ଡି : ଆଜି ଭୋରରୁ କଳାହାଣ୍ଡି ଜିଲ୍ଲା ଏନଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଘର ଛତିଶଗଡ଼ର ବୋଲି ଜଣାଯାଇଛି। କିଛି ଯୁବକ ଛତିଶଗଡ଼ରୁ ବୋଲେରୋ ଯୋଗେ ହୀରାକୁଦ ବୁଲିବାକୁ ଆସିଥିଲେ। ଏନଏଚ୍‌ ୨୬ ଟିଟିଲାଗଡ଼ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ବୋଲେରୋ ୭ ଜଣ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking