24.4 C
Bhubaneswar
Tuesday, April 7, 2026
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ତାରାପୁର : ତାରାପୁର ମହାନଦୀ ପୋଲରୁ ତାରାପୁର ବାଇପାସ ବଜାରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା କାର। ଏହି ଦୁର୍ଘଟଣା ଫଳରେ ଚାଲିଗଲା ୨ ଜୀବନ। ତେବେ ମୃତକ ହେଲେ ରଘୁନାଥପୁର ଥାନା ଅନ୍ତର୍ଗତ ଗୋକଳପୁର ଗ୍ରାମର ଅଭିଜିତ ସିଂ, ଦିଲୀପ କୁମାର ସାହୁ।

ସୂଚନା ଅନୁସାରେ, ରବିବାର ଅପରାହ୍ନ ସମୟରେ ଦୁଇ ଜଣ ବାଇକରେ ଘରକୁ ଯାଉଥିଲେ। ଏହି ସମୟରେ ଗୋଟେ କାର ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେମାନେ ବାଇକ୍ ଶହ ୫୦ଫୁଟ ତଳକୁ ଛିଟିକି ପଡିଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ରଘୁନାଥ ପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ରଘୁନାଥ ପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା କରିବା ପରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ରଘୁନାଥପୁର ମେଡିକାଲରେ ଆଇ.ଆଇ.ସି ସୁଶାନ୍ତ କୁମାର ସେଠୀ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking