33.1 C
Bhubaneswar
Thursday, September 19, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ ରଙ୍ଗ ରୁଟ୍‌ରେ ଆସି ଟ୍ରକ ସହ ଧକ୍କା ହେବା ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ମାନେ ହେଲେ ପଥରାଆଡି ଗ୍ରାମର ଶିବସୁନ୍ଦର ମହାପାତ୍ର ଓ ବାରିକପୁର ଗ୍ରାମର ସୌରଭ ମିଶ୍ର । ଅନ୍ୟ ଜଣେ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ତିନି ଜଣ ସାଙ୍ଗ ହୋଇଥିବାବେଳେ ମୃତ ସୌରଭ ମିଶ୍ର ଜଣେ ନାବାଳକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମିଳିଥିବା ସୂଚନା ଆଧାରରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ବାଇକରେ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଯାଉଥିଲେ । ସେମାନେ ରଙ୍ଗ୍ ରୁଟ୍ ରେ ଆସି ବନ୍ତ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ୩ ବାଇକ ଆରୋହୀ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking