33.1 C
Bhubaneswar
Friday, April 3, 2026
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ପୁରୀ : ଟ୍ରାକ୍ଟର ଧକ୍କାରେ ୨ ଶିଶୁ ମୃତ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଗଡ଼ ଚାନ୍ଦପୁର ଗ୍ରାମରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ସାରି ଜଣେ ସମ୍ପର୍କୀୟଙ୍କ ସହ ବାଇକରେ ବସି ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସହ ବାଇକ ଧକ୍କା ହୋଇଥିଲା । ଉଭୟ ବାଇକରୁ ତଳକୁ ଖସି ପଡ଼ି ଟ୍ରାକ୍ଟର ଚକା ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଗଡ଼ ଚାନ୍ଦପୁର ଗ୍ରାମର ସତ୍ୟରଞ୍ଜନ ପରିଡ଼ାଙ୍କ ୭ ବର୍ଷର ପୁଅ ଆୟୁଷ୍ମାନ ପରିଡ଼ା ଏବଂ ସମ୍ବିତ ପରିଡ଼ାଙ୍କ ୯ ବର୍ଷର ପୁଅ ସୁବ୍ରତ ପରିଡ଼ା । ଏ ସମ୍ପର୍କରେ ବଳଙ୍ଗା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ଶାନ୍ତ କରିବା ସହ ଟ୍ରାକ୍ଟର ଜବତ କରି ତଦନ୍ତ ଚଳାଇଛି । ଡ୍ରାଇଭର ଫେରାର ଅଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking