18.1 C
Bhubaneswar
Tuesday, December 16, 2025
Homeଓଡିଶାସଡକ ଦୁର୍ଘଟଣା : ଯୁବକ ମୃତ

ସଡକ ଦୁର୍ଘଟଣା : ଯୁବକ ମୃତ

ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର ଧକ୍କାରେ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପାଡାଙ୍ଗି ଗାଁର ରାଜୁ ମଲିକ। ବୁଧବାର ସକାଳ ପ୍ରାୟ ୧୦ଟାରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଫୁଲବାଣୀ ପଟକୁ ଯାଉଥିବା ଏକ କାର ଆମ୍ବପଡା ଛକ ନିକଟରେ ରାସ୍ତା ପାରି ହେଉଥିବା ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ସଦର ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି କରିଥିଲେଃ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପୋଲିସ ପଚାରାଉଚୁରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking