25.9 C
Bhubaneswar
Monday, April 6, 2026
Homeଓଡିଶାସଡକ ଦୁର୍ଘଟଣା : ଟ୍ରକ ତଳେ ଚାପି ହୋଇଗଲେ  ଡ୍ରାଇଭର

ସଡକ ଦୁର୍ଘଟଣା : ଟ୍ରକ ତଳେ ଚାପି ହୋଇଗଲେ  ଡ୍ରାଇଭର

ବାଲେଶ୍ୱର : ବାଲେଶ୍ୱର  ଜିଲ୍ଲା  ଜଳେଶ୍ୱର ଥାନା  ଅନ୍ତର୍ଗତ  ୬୦ ନମ୍ବର ରାଜପଥର ଏକତାଳି ଛକ ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ବିଳମ୍ବିତ ରାତିରେ   ଅଜଣା ଗାଡିକୁ ଧକ୍କା  ଦେଲା ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଟ୍ରକ । ଦୁର୍ଘଟଣାରେ   ଦୀର୍ଘ ସମୟ ପଯ୍ୟନ୍ତ  ଚାପି ହୋଇଯାଇଥିଲେ  ଡ୍ରାଇଭର । ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚିଥିଲା। ବହୁ ପରିଶ୍ରମ ପରେ କଟର ମେସିନ ସାହାଯ୍ୟରେ କ୍ୟାବିନକୁ କାଟିବାକୁ ସେମାନେ ସଫଳ ହୋଇଥିଲେ। ଏହାପରେ ସେଠାରୁ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking