ନବରଙ୍ଗପୁର: ନବରଙ୍ଗପୁରରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାରାଗାଁ ଛକ ନିକଟରେ ବସ ଓଲଟିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା ଏସ୍ବିଟି ନାମକ ଏକ ଘରୋଇ ବସ୍ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ବସ୍ ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ସହିତ ବସ୍ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।