30.1 C
Bhubaneswar
Tuesday, February 3, 2026
Homeଓଡିଶାସଡକ ଦୁର୍ଘଟଣା : ଚାଳକ ମୃତ

ସଡକ ଦୁର୍ଘଟଣା : ଚାଳକ ମୃତ

ଭବାନୀପାଟଣା : ମହୁଲପାଟଣାରୁ ରୋଗୀବାହୀ ବୋଲେରୋ ଭବାନୀପାଟଣା ଚିକିତ୍ସାଳୟକୁ ଯାଉଥିବା ବେଳେ ଜୁନାଗଡ ବ୍ଲକ ନିକଟରେ ମଥୁରା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। ଏଠାରେ ଏକ ଟ୍ରକ ବୋଲେରୋ କୁ ଧକ୍କା ଦେବା ପରେ ଚାଳକର ମୃତ୍ୟୁ ଘଟିଛି। ଏଥିସହ ରୋଗୀଙ୍କ ସହ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ବିରିକୋଟ ଅଞ୍ଚଳର ଦିଲ୍ଲୀପ ନାୟକ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking