15.1 C
Bhubaneswar
Tuesday, December 9, 2025
Homeଓଡିଶାସଡକ ଦୁର୍ଘଟଣା: ଛାତ୍ରୀଙ୍କ ଉପରେ ଚଢିଗଲା ହାଇୱା

ସଡକ ଦୁର୍ଘଟଣା: ଛାତ୍ରୀଙ୍କ ଉପରେ ଚଢିଗଲା ହାଇୱା

ଯାଜପୁର: ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ଧକ୍କାଦେଲା ହାଇୱା । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି  । ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼ କଳିଙ୍ଗନଗର ରାସ୍ତା ଅବରୋଧ କରାଯାଇଛି  ।  ଖବରପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି  ।  ଆହତ ଛାତ୍ରୀମାନେ ହେଲେ ସିପ୍ରା ପ୍ରିୟଦର୍ଶିନୀ ବାରିକ ଓ ଅର୍ଚ୍ଚିତା ବେହେରା ।ଉଭୟ ନବମ ଶ୍ରେଣୀର ଛାତ୍ରୀ। ଆଜି ୨ଜଣ ଛାତ୍ରୀ ସାଇକେଲ ଯୋଗେ ବିଦ୍ୟାଳୟକୁ ଆସୁଥିବାବେଳେ ବିଦ୍ୟାଳୟଠୁ ମାତ୍ର ୧୦୦ ମିଟର ଦୁରରେ ତାଙ୍କୁ ଧକ୍କା ଦେଇଥିଲା ହାଇୱା । ମାତ୍ର ୫ ମିନିଟ ଭିତରେ ବିଦ୍ୟାଳୟରେ ପହଂଚିଥାନ୍ତେ ଛାତ୍ରୀ । ମାତ୍ର ଅଧବାଟରେ ଘଟିଥିଲା ଏଭଳି ଅଘଟଣ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଛାତ୍ରୀଙ୍କୁ ପ୍ରଥମେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା  । ପ୍ରାଥମିକ ଚିକିତ୍ସା ପରେ ଅର୍ଚ୍ଚିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ଛାତ୍ରୀ ସ୍ଥାନୀୟ ଧୂଳିଗଡ଼ ଅଂଚଳର ବୋଲି ସୂଚନା ମିଳିଛି । ଖବରପାଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଘର୍ଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ୨ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼  କଳିଙ୍ଗ ନଗର ରାସ୍ତା ଅବରୋଧ କରାଯିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା  । ଦାନଗଦି ତହସିଲଦାର, ଦାନଗଦି ବିଡ଼ିଓଙ୍କ ସମେତ ଯାଜପୁର ରୋଡ଼ ଏସଡିପିଓ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ରେଡ଼କ୍ରସ ପାଣ୍ଠିରୁ ୨ ଆହତ ଛାତ୍ରୀଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଉଠିଥିଲେ ଆନ୍ଦୋଳନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking