ପାତ୍ରପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ , ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି ।ପାତ୍ରପୁର ବ୍ଳକ ଜୟନ୍ତୀପୁର ଗ୍ରାମରେ ଘଟିଛି ସଡକ ଦୁର୍ଘଟଣା । ଏକ ଆହତ ଯୁବକମାନେ ପିଟା ସତିଶ, ଓଲା ସନ୍ତୋଷ, ନିଲାପୁ ତାନିଷ ବୋଲି ଜଣାପଡିଛି। ସମସ୍ତଙ୍କ ଘର ଜୟନ୍ତୀପୁର ବୋଲି ସୂଚନା ମିଳିଛି। ଆଜି ମଧ୍ୟାହ୍ନରେ ତିନି ସାଙ୍ଗ ଏକ ବାଇକ ଯୋଗେ ଗ୍ରାମରୁ ପାତ୍ରପୁର ଆସୁଥିବାବେଳେ ଚୁଡ଼ିଆ ଲାଞ୍ଜି ଠାକୁରାଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲେ। ତୁରନ୍ତ ଖବର ପାଇ ଆମ୍ବୁଲାନ୍ସ ଯୋଗେ ତିନି ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଦୁଇ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।









