19.1 C
Bhubaneswar
Saturday, February 7, 2026
Homeଓଡିଶାସଡ଼କ ଦୁର୍ଘଟଣା: ୨ ମୃତ

ସଡ଼କ ଦୁର୍ଘଟଣା: ୨ ମୃତ

ବାଲେଶ୍ଵର: ପୂଜା ଦେଖିବାକୁ ବାଲେଶ୍ଵର ଯାଉଥିବା ସମୟରେ ଶେରଗଡ଼ ଟୋଲ ଗେଟ୍‌ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ବଡ଼ ବାପା ଓ ଝିଆରୀ ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ସଦସ୍ୟ । କସବାଜୟପୁର ଗାଁର ପ୍ରଫୁଲ୍ଲ ନାୟକ ନିଜ କାର୍‌ରେ ପରିବାର ସଦସ୍ୟଙ୍କୁ ନେଇ ପୂଜା ଦେଖିବାକୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଟୋଲ ଗେଟ ନିକଟରେ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ପ୍ରଫୁଲ୍ଲ ଏବଂ ତାଙ୍କ ଝିଆରୀର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଏବଂ ଅନ୍ୟ ମାନେ ଆହତ ହୋଇଥିବା ଜଣା ପଡ଼ିଛି । ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇଟି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking