34.1 C
Bhubaneswar
Tuesday, October 1, 2024
Homeଓଡିଶାସଡକ ଦୁର୍ଘଟଣା : ୧୫ ଜଣ ଗୁରୁତର

ସଡକ ଦୁର୍ଘଟଣା : ୧୫ ଜଣ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସେରଗଡ ନିକଟରେ ଏକ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛ ପଟୁ ଏକ ବସ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଡଲଫିନ ନାମକ ଏକ ବସ କଲିକତାରୁ କଟକ ନାଉଗାଁ ଯାଉଥିଲା । ଏହି ସମୟରେ ବାଲେଶ୍ୱର ଜିଲ୍ଲା ସେରଗଡ ଲେମ୍ବୁ ନଈ ନିକଟରେ ଛିଡା ହୋଇଥିବା ବେଳେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ । ଯାହା ଫଳରେ ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇ ଖନ୍ତାପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking