24.9 C
Bhubaneswar
Tuesday, April 7, 2026
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ଭାପୁର: ବସକୁ ଅପେକ୍ଷା କରିଥିବା ବେଳେ ବୋହୂଙ୍କ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍ । ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ତାଙ୍କର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଭାପୁର ବ୍ଲକ୍ କରଡାପଲ୍ଲୀ ଛକରେ। ମୃତ ବୃଦ୍ଧା ହେଲେ କରଡ଼ାପଲ୍ଲୀ ଗ୍ରାମର ତୁଷାର ବେହେରାଙ୍କ ସ୍ତ୍ରୀ ହୁଲ୍ଲାସ ବେହେରା(୫୮)। ହୁଲ୍ଲାସ ବେହେରା ଓ ତାଙ୍କ ବୋହୂ ସୁଷମା ଆଜି ସକାଳେ ଭୁବନେଶ୍ବର ଯିବା ଲାଗି ବସକୁ ଅପେକ୍ଷା କରି କରଡାପଲ୍ଲୀ ଛକରେ ଠିଆ ହୋଇଥିଲେ । ଏହି ସମୟରେ ଖଣ୍ଡପଡ଼ା ଆଡ଼ୁ ଭୁବନେଶ୍ବର ଭାୟା କଟକ ଅଭିମୁଖେ ଯାଉଥିବା ‘କୁମାର’ ନାମକ ଘରୋଇ ବସ୍ ହୁଲ୍ଲାସଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଅବଶ୍ୟ ଗାଡ଼ି ଚାଳକ ବେଗୁନିଆ ଥାନା ଧଳାପଥର ଫାଣ୍ଡିରେ ବସ୍ ସହ ଆତ୍ମସମର୍ପଣ କରିଥଲେ। ଏଣେ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking