25.1 C
Bhubaneswar
Tuesday, February 3, 2026
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ଗଜପତି : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଫଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା କଳାମେରି ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ବ୍ୟକ୍ତି ଜଣଙ୍କ ଟ୍ରାକ୍ଟର ସାହାଯ୍ୟରେ ନିଜ ଜମିରେ ଚାଷ କରୁଥିଲେ। ତେବେ ଚାଷ କାମ ସାରି ରାତିରେ ଟ୍ରାକ୍ଟର ନେଇ ପାଟୁପଦର ଫେରୁଥିଲେ। ଏହି ସମୟରେ କଳାମେରି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା ଟ୍ରାକ୍ଟର। ଏହି ଦୁର୍ଘଟଣା ଫଳରେ ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହ‌ନା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଗୁରୁତର ମହିଳାଙ୍କର ମୋହ‌ନା ମେଡିକାଲରେ ଚିକିତ୍ସା ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking